pakka

ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ଅଭିଯୋଗ

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ହୋଇଥିବା ନେଇ ବାପପୁଅ କୋକସରା ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ସହ ପୋଲିସ ଟିମ୍‌ ମୋଟେର ଛକରେ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁସାରେ, ଜୟପାଟଣାରେ ରହୁଥିବା ନାରାୟଣ ପଣ୍ଡା(୭୬) ଓ ତାଙ୍କ ପୁଅ ଗୋପୀନାଥ ପଣ୍ଡା ବୁଧବାର କୋକସରା ଷ୍ଟେଟ୍‌ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ବାଇକ୍‌ ଡିକିରେ ରଖି ଜୟପାଟଣା ଯାଉଥିଲେ । ବାଟରେ ମୋଟେର ଛକରେ ଏକ ଦୋକାନରୁ ଟିଫିନ୍‌ କରୁଥିବା ସମୟରେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଡିକିରୁ ଆଖି ପିଛୁଳାକେ ୬ ଲକ୍ଷ ଲୁଟି ନେଇ ଫେରାର ମାରିଥିଲେ । ପରେ ଏ ନେଇ କୋକସରା ଥାନାରେ ଅଭିଯୋଗ କରିଛନ୍ତି ନାରାୟଣ ପଣ୍ଡା । ଏ ନେଇ କୋକସରା ଥାନାଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି ଓ କୋକସରା ପୋଲିସ କେସ୍‌ ନମ୍ବର ୧୫୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି ।

jay balangir
Leave A Reply

Your email address will not be published.

17 + seventeen =

error: Content is protected !!