oom

ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟି ନେଲେ ପଚିଶ ହଜାର ଟଙ୍କା

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନ ଦ୍ୱିପହରରେ ଜୋର ଜବରଦସ୍ତି କରି ବୃଦ୍ଧଙ୍କଠାରୁ ୨୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଚାରିଜଣ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସଦର ଖପ୍ରାଖୋଲଠାରେ । ସୂଚନା ଅନୁଯାୟୀ ବୁଧବାର ଭାଲୁଡୁଙ୍ଗରି ଗ୍ରାମର ଦକ୍ଷିଣ ସାହୁ ଖପ୍ରାଖୋଲ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଦିନ ୧୨ଟା ବେଳେ ୨୫ ହଜାର ଟଙ୍କା କାଢି ଚାଲି ଚାଲି ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁର୍ବୃତ୍ତ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ବୃଦ୍ଧଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେବାକୁ ପ୍ରୟାସ କରି ବିଫଳ ହୋଇଥିବା ବେଳେ ବୃଦ୍ଧ ଜଣକ ପୁଣି କିଛି ବାଟ ଆଗକୁ ଗଲା ପରେ ଆଉ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଏନେଇ ଖପ୍ରାଖୋଲ ଥାନାରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବହୁତ ଚେଷ୍ଟା କରିଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୨୫/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଚୋରଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜର ସହାୟତାରେ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.