ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର ଆହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଯତ୍ନୀ ରବିନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାଶମଲ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା । ଏହି ସମୟରେ ତାଙ୍କ ଅଫିସ କର୍ମଚାରୀମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇଥିଲେ । ବ୍ଲକ ଅଧ୍ୟକ୍ଷା ଅନୀମା କହଁର, ବିଡ଼ିଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଯାହା ସୂଚନା ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥିବାରୁ ସେ ଏହି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି । ଗତ ଦୁଇଦିନ ପୂର୍ବରୁ ସେ ଯତ୍ନୀ ଶ୍ରୀ ଲେଙ୍କାଙ୍କୁ ଧମକ ଦେଇଥିବା ବେଳେ ଆଜି ଆକ୍ରମଣ କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍ କର୍ମଚାରୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.