pr

ରାସ୍ତାରେ ସୁନାଚେନ୍ ଲୁଟ ଅଭିଯୋଗ

dr. purohit

ଚୌଦ୍ୱାର : ଚୌଦ୍ୱାର ଥାନା ଟିପିଏମ୍ ଫାଣ୍ଡି ଅନ୍ତର୍ଗତ ଚଷାପଡ଼ା ଗ୍ରାମ ନିକଟରେ ଦିନ ଦ୍ୱିପ୍ରହରେ ଜଣେ ବ୍ୟକ୍ତିଙ୍କ ଠାରୁ ସୁନାଚେନ୍ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କଖଡ଼ି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ସୁଚିତ୍ର ମାହାନ୍ତି ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ, ସେ ଗୁରୁବାର ଦିନ ୧୦ଟା ସମୟରେ ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ ଚୌଦ୍ୱାର ଆଡ଼କୁ ଆସୁଥିବା ବେଳେ ମହାନଦୀ କୂଳ ରାସ୍ତାର ଚଷାପଡ଼ା ନିକଟରେ ପଛରୁ ଜଣେ ଦୁର୍ବୁତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ ସୁନାଚେନ୍ ଛିଡ଼ାଇନେଇ ଫେରାର ହୋଇ ଯାଇଥିଲା ।
ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି ।

nrusinghnath
Leave A Reply

Your email address will not be published.