pakka

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଆଦଲତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଦଲରେ ବଲାଙ୍ଗିର ଫେମିଲି କୋର୍ଟ ଜଜ୍‌ ବେଣୁଧର ପାତ୍ର, ବଲାଙ୍ଗିର ଜିଲ୍ଲା ଜଜ୍‌ ପ୍ରଥମ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଜଜ୍‌ ଦ୍ୱିତୀୟ ଗୋପବନ୍ଧୁ ଗଡ଼ନାୟକ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଜୀବନାନନ୍ଦ ପାଢ଼ୀ, ସିଭିଲ୍‌ କୋର୍ଟ ରେଜିଷ୍ଟ୍ରାର୍‌ ଅମିତ କୁମାର ବାରିକ, ବରିଷ୍ଠ ସିଭିଲ୍‌ କୋର୍ଟ ଜଜ୍‌ ଜ୍ୟୋତିରଂଜନ ଦାଶ, ଅତିରିକ୍ତ ସିଭିଲ୍‌ ଜଜ୍‌ (କନିଷ୍ଠ) ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ, ଏସ୍‌ଡ଼ିଜେଏମ୍‌ ମନୋଜ ମହାନ୍ତି, ଜେଏମ୍‌ଏଫ୍‌ସି ପ୍ରକାଶ କୁମାର କର, ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍‌ କୋର୍ଟ) ସୁବାସ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ ।

ଉକ୍ତ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୨ଟି ଦେୱାନୀ ମକଦ୍ଦମା ଫଇସଲା ହୋଇଥିଲା । ୨୨ଟି ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୬୦୭୨୮୯୩.୦୫ ଟଙ୍କା ଆଦାୟ କରାଯାଇଥିଲା । ୧୩ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୫୩୧୫୦୦୦ କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିବା ବେଳେ ୩୦୧୨ଟି ରାଜସ୍ୱ ମକଦ୍ଦମାର ଫଇସଲା କରାଯାଇଥିଲା । ୨୫୮ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ୧୪୧୦୦ ଟଙ୍କାର ଜୋରିମାନା ଆଦାୟ ହୋଇଥିଲା । ସେହିପରି ୧୭୫ଟି ପାକ୍‌ ମକଦ୍ଦମା ମାମଲାର ସମାଧାନ କରାଯାଇ ୯୧୦୫୬୪୮ ଟଙ୍କା ଆଦାୟ ହୋଇଥିବା ବେଳେ ପାରିବାରିକ ମିଳାମିଶାରେ ୧୫ଟି ମାମଲାର ଫଇସଲା ହୋଇଥିଲା ।

Leave A Reply

Your email address will not be published.

17 − ten =