jayashree

ଏସ୍‌ଆଇଏଚ୍‌ଏମ୍‌ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଠାରେ ୬ ମାସ ସାର୍ଟିଫିକେଟ କୋର୍ସ ପାଠ ପଢ଼ି ଶୀଘ୍ର ନିଯୁକ୍ତି ମିଳିବା ପାଇଁ ପିତୃ ଓ ମାତୃହିନ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଦ୍ୱାରା ଯଶୋଦା ଯୋଜନା ମାଧ୍ୟମରେ ନାମ ଲେଖାଇବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତିଙ୍କ ନେତୃତ୍ୱରେ ଲକ୍ଷ୍ମୀଧର ସାହୁ, ସ୍ନେହା ଜେନା ଓ ରୋହନ ସେଲମାଙ୍କର ନାମ ଲେଖାଯାଇଛି । ଏହି ଛାତ୍ରଛାତ୍ରୀମାନଙ୍କୁ ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ଡ. ଏକନାଥ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଓ ୬ ମାସ କୋର୍ସ ଶେଷ ହେବା ପୂର୍ବରୁ କ୍ୟାମ୍ପସ ନିଯୁକ୍ତି ନିଶ୍ଚିତ ବୋଲି କହିଛନ୍ତି ।

Leave A Reply

Your email address will not be published.