jayashree

ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ : ଅବସରର ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ରାୟଗଡ଼ା ଆରଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ଆସନ୍ତା ଜୁନ୍ ୩୦ ତାରିଖରେ ଚାକିରିରୁ ଅବସର ନେଇଥାଆନ୍ତେ । ହେଲେ ତା’ର ଠିକ୍ ୭ ଦିନ ପୂର୍ବରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ ବାବୁ । ସେ ହେଉଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡବ୍ଲ୍ୟୁଡି -୧) ର ନିର୍ବାହୀ ଯନ୍ତ୍ରୀ (ଏଗଜିକ୍ୟୁଟିଭ୍ ଇଞ୍ଜିନିୟର) ପ୍ରସନ୍ନ କୁମାର ପଟ୍ଟନାୟକ । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଗିରଫ କରିଛି । ସୂଚନା ଅନୁଯାୟୀ, ଜଣେ କଣ୍ଟ୍ରାକ୍ଟରଙ୍କର ପୂର୍ବରୁ ହୋଇଥିବା ୫୦ ଲକ୍ଷ ଟଙ୍କାର କାମର ବିଲ୍ ପାସ୍ କରିବା ଏବଂ ନୂତନ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବଶ୍ୟକ ହେଉଥିବା ‘କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର’ ପ୍ରଦାନ କରିବା ବଦଳରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ ପ୍ରତିଶତ ହିସାବରେ ୨.୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । କଣ୍ଟ୍ରାକ୍ଟର ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବା ପରେ ଶେଷରେ ୨ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିଲା । ଏ ନେଇ କଣ୍ଟ୍ରାକ୍ଟର ଜଣକ ପୂର୍ବରୁ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଗତକାଲି ବିଳମ୍ବିତ ରାତିରେ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ କଣ୍ଟ୍ରାକ୍ଟରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କାର କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.