csstore

ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବରଗଡ, (ମୁନ୍ନା ସାହୁ) : ସ୍କୁଲ ମାନଙ୍କରେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ମାର୍ଫତରୁ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶଙ୍କ ନେତୃତ୍ଵରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ରରେ ମହାସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ଓଡିଶା ଇତିହାସରେ ପ୍ରଥମ କରି ଏଭଳି ମନୁଷ୍ୟକୃତ ଭୁଲ ପାଇଁ ଶିକ୍ଷା ବିଭାଗ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଏହା ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ବିଚାର ବିଭାଗୀୟ ତଦନ୍ତ କରନ୍ତୁ । ଏକ ମାସ ମଧ୍ୟରେ ତୃଟିଶୂନ୍ୟ, ନିର୍ଭୁଲ ପାଠ୍ୟ ପୁସ୍ତକ ବିତରଣ କରାଯାଉ । ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ କରିବା ସହିତ ତାଙ୍କ ଠାରୁ ଏହି ଭୁଲ୍ ପାଇଁ ଯେଉଁ ରାଜସ୍ୱ ହାନି ହୋଇଛି ସେହି ଅର୍ଥ ଅସୁଲ କରାଯାଉ ବୋଲି ଆଦି ଦାବୀ ଉପସ୍ଥାପନ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବାଲ୍ମିକୀ ଷଡ଼ଙ୍ଗୀ, ବାସୁଦେବ ଦାଶ, ସୁରେଶ ମହାପାତ୍ର, ସଦାନନ୍ଦ ମହାପାତ୍ର, କ୍ଷୀରୋଦ ପ୍ରଧାନ, ଖିତେଶ୍ୱର କୁମ୍ଭାର, ବିଶ୍ଵନାଥ ସାହୁ କରୁଣାକର ବିଶ୍ଵାଳ ଆଦି ଉପସ୍ଥିତି ଥିଲେ ।

jayashree
Leave A Reply

Your email address will not be published.