pakka

ଡ. ପ୍ରଭାତ ରାଉଳ ହେଲେ ଓୟୁଏଟି କୁଳପତି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‍ ଏହି ନିଯୁକ୍ତି ଦେଇଛନ୍ତି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ପ୍ରଫେସର ରାଉଳ ବର୍ତ୍ତମାନ ଓଡିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ (ଆପିକଲ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ନିକଟରେ ୨୯ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ସେ ୨୪ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ଅଧୀନରେ ୯ ଜଣ ପିଏଚ୍‌ଡି କରିଛନ୍ତି ।

Leave A Reply

Your email address will not be published.

16 − seven =