pakka

ସେପ୍ଟେମ୍ବର ୧୨ ତାରିଖରେ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୧୨ ତାରିଖ ପୂର୍ବାହ୍ନ ୮ ଘଟିକାଠାରୁ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ଗ୍ରାମଠାରେ ଜିଲ୍ଲା ପ୍ରସାଶନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବ । ଏତଦ ବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ କରାଯିବ । ସେହିପରି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀମାନଙ୍କୁ ଟୀକାକରଣ ଓ ଔଷଧ ବଣ୍ଟନ କରାଯିବ । ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଜରିଆରେ ଶ୍ରମ କାର୍ଡ ନିମନ୍ତେ ପଞ୍ଜିକରଣ ତଥା ନବୀକରଣ, ଶ୍ରମ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୃତ୍ତିକା ପରୀକ୍ଷା, ଲିଫଲେଟ ଓ ବ୍ୟାନର ଜରିଆରେ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ଓ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ସଚେତନତା, ଉଦ୍ୟାନ କୃଷି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ବାବଦରେ ସଚେତନତା ସହ ଫଳ ଓ ପନିପରିବା ଚାଷ କରିବା ନିମନ୍ତେ ଚାଷୀ ମାନଙ୍କୁ ପରାମର୍ଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିୟୋଜନ କାର୍ଡ ନିମନ୍ତେ ପଞ୍ଜିକରଣ, ଦକ୍ଷତା ବିକାଶ ତଥା ନିଯୁକ୍ତି ସୁଯୋଗ ନିମନ୍ତେ ପରାମର୍ଶ, ସାମାଜିକ ସୁରକ୍ଷା ବିଭାଗ ଜରିଆରେ ବିଭିନ୍ନ ଭତ୍ତା, ଭିନ୍ନକ୍ଷମଙ୍କୁ ଡିଆର୍‌ଆଇ ଋଣ, ଭିନ୍ନକ୍ଷମ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା, ଗର୍ଭବତୀ ମହିଳାଙ୍କ ନିମନ୍ତେ ପୌଷ୍ଟିକ ଆହାର ପ୍ରଦର୍ଶନ, ପୁଷ୍ଟିହୀନ ଶିଶୁ ଚିହ୍ନଟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିମନ୍ତେ ଜବ କାର୍ଡ ପଞ୍ଜିକରଣ, ମୋବାଇଲ ଆଧାର ପଞ୍ଜୀକରଣ, ମିଶନ ଶକ୍ତି ଜରିଆରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଂଯୋଗୀକରଣ, ରାଜସ୍ୱ ବିଭାଗ ପକ୍ଷରୁ ବସୁନ୍ଧରା ଯୋଜନା ଜରିଆରେ ଆର୍‌ଓଆର୍‌ ବଣ୍ଟନ, ଯୋଗ୍ୟ ବାସହୀନ ହିତାଧିକାରୀଙ୍କୁ ବାସୋପଯୋଗୀ ଜମି ଆବଣ୍ଟନ, ଜଙ୍ଗଲ ଜମି ଅଧିକାର ଆଇନ ଜରିଆରେ ପଟ୍ଟା ବଣ୍ଟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ମଞ୍ଜୁରୀ, ମତ୍ସ ବିଭାଗ ଜରିଆରେ ହିତାଧିକାରୀଙ୍କୁ ମାଛ ଚାଷ ନିମନ୍ତେ ପ୍ରୋତ୍ସାହନ ଓ ସଚେତନତା, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଜରିଆରେ ବୁଣାକାର ମାନଙ୍କୁ ଉପକରଣ ବଣ୍ଟନ ତଥା ଅନ୍ୟାନ୍ୟ ବିଭାଗର ଯୋଜନା ସମ୍ପର୍କରେ ସଚେତନ କରାଯିବ । କୁଇକେଡା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.

seventeen + one =