କୁଆପଥର ମାଡ଼ରେ ଭାଙ୍ଗିଲା ଘର

କାଶୀପୁର : କାଶୀପୁର ବ୍ଲକରେ କୁଆ ପଥର ବର୍ଷା ଏବଂ ବଜ୍ରପାତରେ ବହୁ ଘର ଓ ଫସଲ ନଷ୍ଟ ହୋଇଛି । ପବନରରେ ବହୁ ଘରର ଆଜବେଷ୍ଟସ ଉଡିଯାଇଛି । ସେହିପରି ବ୍ରଜପାତରେ ଗାଈଗୋରୁ ମୃତ୍ୟୁ ଘଟିଛି । ପଣଷ ଗୁଡା, କଞ୍ଜାକଣା, ଡି. କରଳ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆସବାବପତ୍ର ଏବଂଖାଦ୍ୟ ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି ।

ଡି କରଳ, ହାତୀ ମୁଣ୍ଡ ଏବଂ କାଶୀପୁର ତହସିଲ କାର୍ଯ୍ୟାଳୟରେ ପବନରେ ଗଛ ଭାଙ୍ଗି ପଡିଛି । କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳକୁ ଯାଇଥିବା ବେଳେ କୁଆ ପଥର ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଞ୍ଜାକଣା ଗ୍ରାମର ପାଲଙ୍ଗ ମାଝି, ଜୁଲେମେ ମାଝି, ସନେ ମାଝି କାଶିପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.

18 + ten =