ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମେଟାଗୁଡା ଗ୍ରାମରେ କାନ୍ଥ ପଡ଼ି ଚାରିମାସର ଶିଶୁ କନ୍ୟାର ମୃତ୍ୟୁ ଘଟିବା ସହିତ ବାପା ଓ ମା’ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମର ଆଇତା ମାଡକାମୀ ଏବଂ ତାଙ୍କ ପତ୍ନୀ ସହ ଚାରି ମାସର ଶିଶୁକନ୍ୟା ସ୍ଵାତି ଘରେ ଶୋଇଥିବା ବେଳେ ଘରର କାନ୍ଥ ହଠାତ ପଡ଼ି ଯାଇଥିଲା । ଏଥିରେ ପିତା ମାତା ଆହତ ହୋଇଥିଲା ବେଳେ ଚାରିମାସର ଶିଶୁ କନ୍ୟାଟି ମୃତ୍ୟୁ ଘଟିଥିଲା । ଖବର ପାଇ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ସମବେଦନା ଜଣାଇବା ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିଲେ । ଏଥି ସହ ଆବାସ ଯୋଜନା ପାଇଁ ବ୍ୟବସ୍ଥା କରିବା ପାଇଁ ପିଇଓଙ୍କୁ କହିଥିଲେ । ପଡିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ କରିଛନ୍ତି ।

Leave A Reply

Your email address will not be published.

ten + two =