ବଜ୍ରପାତରେ ୧୩ ଗୋରୁ ମୃତ, ୧୨ ଗୁରୁତର

ନୀଳଗିରି : ନୀଳଗିରି ବ୍ଲକ ପ୍ରତାପପୁରଠାରେ ବଜ୍ରାଘାତରେ ୧୩ଟି ଗୋରୁ ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୋରୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଠାରେ ସୋମବାର ଅପରାହ୍ନ ୪ଟା ସମୟରେ ହଠାତ ବଜ୍ରାଘାତ ସହ ବର୍ଷା ହୋଇଥିଲା ।ସେହିଠାରେ ଥିବା ଏକ ଅବ୍ୟହୃତ ଘରେ ୨୫ରୁ ଅଧିକ ଗୋରୁ ରହିଥିଲେ ।

ବଜ୍ରାଘାତ ସମୟରେ ସମସ୍ତେ ଟଳି ପଡ଼ିଥିଲେ । ବର୍ଷା ଛାଡିବାରୁ ଗ୍ରାମବାସୀ ଯାଇ ଦେଖିବା ପରେ ପଶୁଚିକତ୍ସା ଅଧିକାରୀଙ୍କୁ ଡକାଇଥିଲେ । ହେଲେ ୧୩ ଟି ଗୋରୁର ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.

3 × 2 =