ଜେନିଥ୍‌ ଲାୟନ୍ସ ଗୁରୁକୁଳ ଛାତ୍ରଛାତ୍ରୀଙ୍କ ସର୍ବ ଭାରତୀୟ ନିଟ୍-୨୦୨୦ରେ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜେନିଥ୍‌ ଲାୟନ୍ସ ଗୁରୁକୂଳ, ପଦ୍ମପୁରରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିବା ସଂକେତ ସାହୁ ୬୩୮ ମାର୍କ ଓ ସୁଶ୍ରୀ ଶ୍ରେୟା ଅଗ୍ରୱାଲ ୬୦୫ ମାର୍କ ରଖି ସର୍ବ ଭାରତୀୟ ନିଟ୍ ପରୀକ୍ଷା ୨୦୨୦ରେ କୃତିତ୍ୱ ହାସଲ କରିଛନ୍ତି । ସଂକେତ ସାହୁଙ୍କ ଗ୍ରାମ ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ ଗ୍ରାମ ସୁବାଷ ଚନ୍ଦ୍ର ସାହୁ ଓ ଜ୍ୟୋତି ସାହୁଙ୍କ ସୁପୁତ୍ର ଅଟନ୍ତି । ଶ୍ରେୟା ପଦ୍ମପୁର ର ବ୍ୟବସାୟୀ ଦିନେଶ୍ ଅଗ୍ରୱାଲ ଓ ଅନୁରାଧା ଅଗ୍ରୱାଲଙ୍କ ସୁକନ୍ୟା ଅଟନ୍ତି । ଉଭୟ ମ୍ୟାଟ୍ରିକ ପରୀକ୍ଷାରେ ମଧ୍ୟ ଏୱାନ୍ ଗ୍ରେଡ୍‌ ରଖି କୃତିତ୍ବ ଅର୍ଜନ କରିଥିଲେ । ସର୍ବ ଭାରତୀୟ ପରୀକ୍ଷାରେ କୃତିତ୍ବ ହାସଲ କରିଥିବାରୁ ଆଜି ବୁଧବାର ଦିନ ବିଦ୍ୟାଳୟ ରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା । ସେ ଉକ୍ତ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସୁଶାନ୍ତ ରଥ, ମୋ.ଜାଭେଦ, ପବନ କୁମାର ଅଗ୍ରୱାଲ ମଧ୍ୟ ସମ୍ବର୍ଦ୍ଧନା କରିଥିଲେ । ଅଭିଭାଷଣ ମୋ.ଜାଭେଦ ଏବଂ ସୁଶାନ୍ତ ରଥ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଅଧିକ ପ୍ରତିଯୋଗିତା ମୂଳକ ମନୋଭାବ ରଖି ଭବିଷ୍ୟତ ରେ ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରିଥିଲେ । ସଭାରେ ବିଦ୍ୟାଳୟ ଶିକ୍ଷକ କେଶବ ମେହେର,ଜୀବନ ଜ୍ୟୋତି ଛତ୍ରିଆ, ତରଣୀ ସେନ କୁମ୍ଭାରଙ୍କ ସମେତ ଅନ୍ୟ କାର୍ୟ୍ୟକର୍ତ୍ତା ବୃନ୍ଦ, ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.