centurian jitm

ବିଜେପି ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଆୟୋଜିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଲପୁର ମଣ୍ଡଳ ଦେଏତି ଗ୍ରାମର ଆମ୍ବ ତୋଟାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶକୁ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ସଞ୍ଚାଳନ କରିଥିଲେ । ଏଥିରେ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ମୁକ୍ତା ସାହୁ, ବରିଷ୍ଠ ନେତା ରାଜୁ ଘିବେଲା, ଦୁର୍ଗା ପ୍ରସାଦ ଅଗ୍ରୱାଲ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା କୃଷକମାନଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଉପସ୍ଥିତ ଲାଭାର୍ଥି ମାନଙ୍କୁ ଯୋଜନାଗୁଡ଼ିକର ଲାଭ ନେବା ପାଇଁ ମାର୍ଗ ଦର୍ଶନ କରିଥିଲେ । କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ମଦନ ପଟେଲ, ମାନଭଞ୍ଜନ ମିର୍ଧା, ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁ, କୈଳାସ ଦିଶ୍ରି, କେତନ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ସମାବେଶରେ ଝାରବନ୍ଧ ବ୍ଲକର ୨୦ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଲମ୍ବୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.