csstore

ବଲାଙ୍ଗିର କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର କଂଗ୍ରେସର କ୍ରାନ୍ତି ଦିବସ ପାଳନ କରିଛି । କଂଗ୍ରେସ ଭବନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କ ସହ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀ ଗାନ୍ଧିନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂତ୍ତି ସ୍ଥଳକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି କ୍ରାନ୍ତି ଦିବସ ପାଳନ କରିଥିଲେ । ନଗର କଂଗ୍ରେସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ କୁମାର ମିଶ୍ର, ଜିଲ୍ଲା କିଶାନ ଲେ ସଭାପତି ସାନନ୍ଦ ମିଶ୍ର, ରାଜିବଗାନ୍ଧୀ ପଂଚାୟତିରାଜ ସଂଗଠନ ସଭାପତି ଅଜୟ ବାଲି, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅଙ୍କିତ ସାହୁ, ବିଧାନସଭା ଯୁବ ସଭାପତି ନାସିର ଖାନ, କାଉନସିଲର ପ୍ରଦୀପ ମିଶ୍ର, ନାରୀନେତ୍ରୀ ମୀରା ମଣ୍ଡଳ, ବବିତା ସାହୁ, ସୌମ୍ୟଦୀପ ସରାଫ, କୈଳାସ ମିଶ୍ର, ସଞ୍ଜୟ ମିଶ୍ର, ଜୁଲୁ ପଟ୍ଟନାୟକ, ବ୍ୟାସଦେବ ନନ୍ଦ, ସମୀର କୁମ୍ଭାର, ଜୟନାରାୟଣ ବହିଦାର, ବୀରେନ୍ଦ୍ର ବାବୁ, ଅବଦୁଲ ରଜାକ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.