ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିବାସୀ ପରିବାର ୨୯ତମ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଦିବାସୀ କଳା ସଂସ୍କୃତି ପରମ୍ପରା ବିଷୟରେ ଦିଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଭୁବନ ନାଏକ, ପ୍ରଦୀପ ମଲ୍ଲିକ, ମୀନକେତନ ମାଝି, ଗାୟତ୍ରୀ ଭୋଇ, ସନ୍ଧ୍ୟାରାଣୀ ମାଝି ମଂଚାସିନ ଥିଲେ । ୯ ଅଗଷ୍ଟ ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା ପାଇଁ ଦାବୀ ଉପସ୍ଥାପନ ହୋଇଥିଲା । ସୁରେନ୍ଦ୍ର ଭୋଇ ମଂଚ ପରିଚାଳନା କରି ଉଦ୍‌ବୋଧନ ଦେଇଥିଲେ । ଏଥିରେ ରାଜ କୁମାର ଶବର, ଖିରୋଦ ନାଗ, ସ୍ୱାଧୀନ ଭୋଇ, ଦୈତ ଧରୁଆ, ନୃପ ଭୋଇ, ସୁଦାମ ଧରୁଆ, ରାମ ମଲ୍ଲିକ, କୃଷ୍ଣ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × three =