ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ଲୋକାର୍ପିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । କୋଭିଡ଼୍-୧୯ ନିୟମ ତଥା ସାମାଜିକ ଦୂରତା ରକ୍ଷା କରି ସୀମିତ ସାମ୍ବାଦିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ନିରାଡ଼ମ୍ବର ଲୋକାର୍ପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

‘କୋଶଳ ପ୍ରବାହ’ ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଛନ୍ତି ଯେ, ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକ କେବଳ ସମ୍ବାଦ ପରିବେଷଣ କରିବା ଦିଗରେ ଧ୍ୟାନ ଦେବା ଉଚିତ । ନିଜସ୍ୱ ମନ୍ତବ୍ୟ ଓ ଖବରକୁ ମିଶ୍ରଣ କରି ସମ୍ବାଦ ପରିବେଷଣ କଲେ, ଖବରର ମାନ ନ୍ୟୁନ ହୋଇଥାଏ । ଏଣୁ ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଦିଗରେ ଯଥା ସମ୍ଭବ ଚେଷ୍ଟିତ ହେବା ଉଚିତ; ଯଦ୍ୱାରା ଉଭୟ ସମ୍ବାଦ, ସମାଜ ଓ ରାଜନୀତିର ଫର୍ଚ୍ଚା ଚିତ୍ର ଲୋକଲୋଚନକୁ ଆସି ପାରିବ । ବର୍ତ୍ତମାନର ଡିଜିଟାଲ୍ ଯୁଗରେ ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ ଆରମ୍ଭ ଭଳି ପଦକ୍ଷେପ ନିଶ୍ଚୟ ସମାଜ ପାଇଁ ବିଶେଷ ଉପକାରୀ ହେବ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର ।

2 Comments
  1. Kumud Chandra Dash says

    I am very happy that the Koshal Prabah released its Digital News portal. I wish God spread.

    1. Koshala Prabaha says

      salute sir

Leave A Reply

Your email address will not be published.