oom

କୋସଲୀ ଭାଷାରେ ପ୍ରାଇମର ସକାଶେ ପ୍ରସ୍ତୁତି

jsmm

ବଲାଙ୍ଗୀର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ୨୦୨୨ ମସିହା ସୁଦ୍ଧା ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ନିଷ୍ପତ୍ତି ହୋଇଛି । ପଶ୍ଚିମ ଓଡିଶାର ଅଧିବାସୀମାନଙ୍କ ମାତୃଭାଷା ହୋଉଛି କୋସଲୀ । ମାତ୍ର ଏ ଅଞ୍ଚଳରେ ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ କରାଯାଉ ନଥିବାରୁ ସେମାନଙ୍କ ବୌଦ୍ଧିକ ବିକାଶ ଘୋର ବାଧାପ୍ରାପ୍ତ ହେଉଛି । ଏଦିଗରେ କିଛିଟା ପଦକ୍ଷେପ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ନୃସିଂହ ଗୁରୁଙ୍କ ଦ୍ୱାର ଲିଖିତ ଆମର ବର୍ଣ୍ଣମାଲା ବହି କୋସଲୀ ଭାଷାରେ ପ୍ରକାଶ କରିଛନ୍ତି । ମାତ୍ର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ପାଠ ବିଷୟରେ ପୁସ୍ତକ ଛାପିବା ଆବଶ୍ୟକ ପଡୁଛି । ସେଥିପାଇଁ କୋସଲୀ ସାହିତ୍ୟ ସଂସ୍କୃତି ଏକାଡେମୀ, କୋସଲ ହେରିଟେଜ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଏକାଡେମୀର ବରିଷ୍ଠ ସଭ୍ୟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ କବି ନିମାଇଁ ଚରଣ ପାଣିଗ୍ରାହୀଙ୍କ ଆରଟିଓ ଅଫିସ ନିକଟ ବାସଭବନରେ ଅନୁଷ୍ଠିତ ହୋଇଛି । ଏହି ବୈଠକର ସଫଲତା କାମନା କାମନା କରି ଏକାଡେମୀ ସଭାପତି ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ଉପସଭାପତି ପଦ୍ମଶ୍ରୀ ହଳଧର ନାଗ, ଡ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାଂସଦ ପ୍ରସନ୍ନ କୁମାର ଆଚାର୍ୟ୍ୟଙ୍କ ବାର୍ତ୍ତମାନ ପଠାଇଛନ୍ତି । ପରବର୍ତ୍ତୀ ବୈଠକ ମାତୃଭାଷା ଦିବସ ଦିନ ଫେବୃୟାରୀ ୨୧ ତାରିଖରେ ବୀରମହାରାଜପୁର ଠାରେ ଅନୁଷ୍ଠିତ ହେବ । ଏକାଡେମୀ ବରିଷ୍ଠ ସଭ୍ୟ ଡ ଗୋବର୍ଦ୍ଧନ ସାହୁଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ଏକାଡେମୀ ଯୁଗ୍ମ ସମ୍ପାଦକ ଶିକ୍ଷାବିତ୍‌ ବ୍ରଜମୋହନ ଦାନୀ, ଅଧ୍ୟାପକ ଲକ୍ଷ୍ମଣ ମେହେର, ନିମାଇଁ ଚରଣ ପାଣିଗ୍ରାହୀ, ସାକେତ୍‌ ଶ୍ରୀଭୂଷଣ ସାହୁ, ନନ୍ଦକାହ୍ନା ପୂଜାରୀ, ଅଶୋକ କୁମାର ଷାଣ୍ଢ, କୃପାସିନ୍ଧୁ ମହାକୁର, ମନରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ପ୍ରାଥମିକ ଶିକ୍ଷାସ୍ତରରେ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ସେମିନାରରେ ଯୋଗଦେବା ପାଇଁ ଚଳିତ ମାସ ୭ ତାରିଖରେ ସାକେତ୍‌ ଶ୍ରୀଭୂଷଣ ସାହୁ ବାଙ୍ଗାଲୋର ଯାଉଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକାଡେମୀ ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ସଭା ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.