pakka

ପାଟଣାଗଡ଼ ସବ୍‌ଡିଭିଜନର ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ରାଜ୍ୟ କିଶାନ ସେଲ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସବ୍‌ଡ଼ିଭିଜନରେ କଂଗ୍ରେସ ରାଜ୍ୟ କିଶାନ ସେଲ୍‌ର ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତମାନ ପ୍ରାୟତଃ ଜାଗାରେ ମରୁଡିର କରାଳ ରୂପ ନେବାରେ ଲାଗିଛି ଆଉ ସ୍ଥିତି ଭୟଙ୍କର ହେଉଛି ଏହି ଟିମ ପାଟଣାଗଡ଼ ଓ ଖପ୍ରାଖୋଲ ବ୍ଲକର ଜରୁଆ, ଲୁହାସିଂହାର ବିଭିନ୍ନ ଜାଗାକୁ ପରିଦର୍ଶନ କରିଥିଲେ ଏବଂ ଚାଷୀଙ୍କ ସହ ମରୁଡ଼ିର ଚଚ୍ଚା କରିଥିଲେ । ରାଜ୍ୟ ସରକାର ଚାଷୀଙ୍କ ଏଭଳି ପରିସ୍ଥିତି କୌଣସି ବିକଳ୍ପ ପନ୍ଥା ଗ୍ରହଣ କରୁନାହାନ୍ତି । ବର୍ତ୍ତମାନ ଜମି ଗୁଡ଼ିକରେ ଆଦ୍ରତା ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାର ଏକ ବୈଷୟିକ ଟିମ୍ ପଠାଇ ଅନୁଧ୍ୟାନ କରି ରବି ଚାଷ ପାଇଁ ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେବା, କୃଷି ଋଣ ଛାଡ କରିବା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇ ଦେବା ଆଦି ଦାବୀ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ସମାଲୋଚନା କରିଛନ୍ତି । ଆଜିର ମରୁଡି ସ୍ଥିତି ପରିଦର୍ଶନରେ କଂଗ୍ରେସ ରାଜ୍ୟ କିଶାନ ସେଲ୍ ସଭାପତି ଅମୀୟ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ପିପିସି ସଭ୍ୟ ରମେଶ ପୁରୋହିତ, ଅନିଲ ମେହେର, ବ୍ଳକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ, ଜିଲ୍ଲା କିଶାନ ସେଲ୍ ସଭାପତି ସାନନ୍ଦ ମିଶ୍ର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ବିଦ୍ୟାଧର ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

four × 4 =