pakka

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କୋଭିଡ ପ୍ଲସ ନାମରେ ଷ୍ଟେଜ ଅନ ହ୍ୱିିଲ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖୀ କାର୍ୟ୍ୟକ୍ରମ ଆଜିି ଉଦଯାପିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ସଂସ୍କୃତି ବିଭାଗ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ସହଭାଗିତାରେ ଡ଼ିସେମ୍ବର ୨୦୨୦ରୁ କୋଭିଡ ସମ୍ବନ୍ଧରେ ଜନସଚେତନତା ଜାରି ରଖିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟର ସମଗ୍ର ୩୦ଟି ଜିଲ୍ଲାର ଗାଁ ଓ ବ୍ଲକ ସ୍ତରରେ ସୁସଜ୍ଜତି ରଥରେ ପ୍ରଦର୍ଶିତ ହୋଇଥିବା ଅଡିଓ ଭିଜୁଆଲ ଜନସଚେତନତା କାର୍ଯ୍ୟକ୍ରମକୁ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ମିଳିଥିଲା । ଓଡ଼ିଶା ସରକାରଙ୍କ ଲୋକକଳା ସଂଘର ଏଭଳି ନିଆରା ସଚେତନତା କାର୍ଯ୍ୟକ୍ରମ ଗାଁ ଗହଳିରେ ରହୁଥିବା ଲୋକଙ୍କ ସଚେତନତା ପାଇଁ ପ୍ରକୃତ ମାଧ୍ୟମ ବୋଲି ଜଣାପଡ଼ିଥିଲା । ସମ୍ଭାବ୍ୟ କୋଭିଡ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପୁର୍ନବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ୟୁନିସେଫର ସହାୟତାରେ ରାଜ୍ୟ ବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମକୁ ଆଉ ଦୁଇପାଦ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି । ୧୭ ଅଗଷ୍ଟରେ ବିଭାଗର କିଛି ଅଧିକାରୀ, ୟୁନିସେଫର ବିଶିଷ୍ଠ ପରାମର୍ଶଦାତା, ଲୋକକଳା ସଂଘର ସଂସୋଧନ ସଦସ୍ୟ ମାନଙ୍କର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅଗଷ୍ଟ ୧୭ ଓ ୧୮ରେ ଉତ୍ତରାଞ୍ଚଳ ଓ ଅଗଷ୍ଟ ୧୯ ଓ ୨୦ ଦକ୍ଷିଣାଞ୍ଚଳର ଜିଲ୍ଲା ଗୁଡିକୁ ନେଇ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାଞ୍ଚଳର ୧୦ ଗୋଟି ଜିଲ୍ଲାର ଅଗଷ୍ଟ ୨୬ ଓ ୨୭ରେ ଆଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ତାଲିମ ଶିବିରରେ ଅଂଶ ଗ୍ରହଣକାରୀ ମାନେ ଷ୍ଟେଜ୍‌ ଅନ ହ୍ୱିିଲର ଅଣୁ ଯୋଜନା, ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଲୋକଭାଷାକୁ ନେଇ ସଂଳାପ ଲିଖନ ଏବଂ କୋଭିଡ ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଉପରେ ତାଲିମ ନେଇଥିଲେ । ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ପ୍ରଥମ ଓ ଦିିତୀୟ ସପ୍ତାହରେ ରାଜ୍ୟ ବ୍ୟାପୀ ଲୋକାର୍ପଣ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଅନ୍ତିମ କାର୍ଯ୍ୟକ୍ରମରେ ବିଭାଗର ନିଦେର୍ଶକ ରଞ୍ଜେ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାର ସମସ୍ତ ସାଢେ ୪ କୋଟି ଓଡିଆଙ୍କ ସହ ଯୋଡ଼ି ହେବା ସହ ସାମାଜିକ ଗଣମାଧ୍ୟମକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ଉପଶାସନ ସଚିବ ସଂଜୟ କୁମାର ମିଶ୍ର ଯୋଗ ଦେଇ ସାଧାରଣ ଲୋକଙ୍କ ପାଖରେ ଅଧିକରୁ ଅଧିକ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ କରିଥିଲେ ଏବଂ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଓ ୟୁନିସେଫ ତରଫରୁ ବିପୁଲ ମାଲବ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 − 6 =