pakka

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍

bbehera

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ୱାଗନର କାର୍ (ନଂ ଓଆର୍‌ ୦୨ ବିଏଚ୍‌ ୮୭୩୪)ର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା କଥା କାରଟିର ଗତି ଦୃତ ଥିଲା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଗାଡ଼ି ମାଲିକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସ୍ଥଳେ ତାଙ୍କ ପରିଚୟ ମିଳି ପାରିନଥିବା ସୂଚନାରେ କୁହାଯାଇଛି ।

jay balangir
Leave A Reply

Your email address will not be published.

three + 9 =

error: Content is protected !!