pakka

୨୯ତମ ଖଙ୍କିରା କପ୍‌ ଦ୍ୱିତୀୟ ଦିବସରେ

bbehera

ଢେଙ୍କାନାଳ, (ତାପସ ଦାସ) : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆରେ ଆଜି ୨ୟ ଦିନର ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ଖେଳ ସାଲେପୁର କ୍ରିକେଟ କ୍ଳବ ଓ ସୋଲର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ସେଲର କ୍ରିକେଟ କ୍ଳବ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୨୧୩ ରନ୍‌ ସଂଗ୍ରହ କରିଥିଲା ଏହାର ଜବାବରେ ସାଲେପୁର କ୍ରିକେଟ କ୍ଳବ ୧୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ପରାଜୟ ବରଣ କରିଛି । ବିଜୟୀ ଦଳ ତରଫରୁ ସୁକାନ୍ତ ପ୍ରଧାନ ବ୍ୟକ୍ତିଗତ ଭାବେ ୪ ଉଇକେଟ ଓ ୨୭ ରନ୍‌ ସଂଗ୍ରହ କରି ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ମନୋନିତ ହୋଇଥିଲେ । ଖେଳ ପରିଚାଳନା କରୁଥିଲେ ତାପସ ଦାସ ଓ ରାଜେଶ ସାହୁ, ସ୍କୋରର ଭାବରେ ବାବୁ ଓ ବିଜୁ ସେଠ ରହିଥିବା ବେଳେ କମେଣ୍ଟ୍ରି ଭାବେ ଡେଫାନ ଦାସ ରହିଥିଲେ । ଆସନ୍ତା କାଲିର ଖେଳ ଷଢଙ୍ଗୀ କ୍ରିକେଟ କ୍ଳବ ଢେଙ୍କାନାଳ ସହିତ ବାରକଣା କ୍ରିକେଟ କ୍ଳବ ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶିତ ।

jay balangir
Leave A Reply

Your email address will not be published.

five + six =

error: Content is protected !!