pakka

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ଉଦ୍‌ଘାଟିତ : ଜରାସିଂହା ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଜରାସିଂହା ୩-୧ ଗୋଲରେ ସମଲେଶ୍ୱରୀ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥି ଭାବେ କୋଚ୍‌ ଶିବ ପ୍ରସାଦ ପଣ୍ଡାଙ୍କ ଘନିଷ୍ଠ ବନ୍ଧୁ ଦ୍ୱୟ ସାଇ ଭଲିବଲ ପ୍ରଶିକ୍ଷକ ରାଜ କିଶୋର ବେହେରା ଓ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସଭାପତି ନାରାୟଣ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନି ମ୍ୟାଚରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଫୁଟ୍‌ବଲ୍‌ ସମ୍ପାଦକ ହେମନ୍ତ କୁମାର ବେହେରା, ପୁର୍ବତନ ଫୁଟ୍‌ବଲ୍‌ ଖେଳାଳୀ ନିସାରକାନ୍ତ ନାଗ ଓ ଅନୁପ ସାଏ ଯୋଗ ଦେଇଥିଲେ । ସୁଶାନ୍ତ ନାଗ, ସଞ୍ଜିବ କୁମାର ମହାରଣା, ପ୍ରଫୁଲ୍ଲ ବଗର୍ତ୍ତୀ ଓ ଅବ୍‌ଦୁଲ୍‌ ମୁଜିବ ଖେଳର ରେଫରୀ ଦାୟିତ୍ୱ ତୁଲାଇଥିଲେ । ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ଫୁଟ୍‌ବଲ୍‌ କୋଚ୍‌ ପରାସର ବାଗ, ସଭ୍ୟ ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତର ରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଦନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଡୁଙ୍ଗୁରିପଡ଼ା ବନାମ କାଲସାଏପାଲି ଓ ଦ୍ୱିତୀୟ ମ୍ୟାଚ ପ୍ରଥମ ମ୍ୟାଚର ବିଜେତା ବନାମ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

jay balangir
Leave A Reply

Your email address will not be published.

two × 1 =

error: Content is protected !!