pakka

ସ୍ୱର୍ଗତ ଶ୍ରୀକାନ୍ତ ଦାସଙ୍କ ସ୍ମୃତିଚାରଣ ସଭା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ (ଘୋରଡିଆ) ଗ୍ରାମର ସ୍ୱର୍ଗତ ଶ୍ରୀକାନ୍ତ ଦାସଙ୍କ ଏକାଦଶାହ ଉତ୍ସବରେ ଗତକାଲି ଏକ ସ୍ମୃତିଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଦିବ୍ୟଂଗତ ଦାସଙ୍କ ଆତ୍ମାର ସଦ୍‌ଗତି କାମନା ନିମନ୍ତେ ସିଆର୍‌ସିସି ଦୟାନିଧି ମାର୍ଥାଙ୍କ ସଭାପତିତ୍ଵରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକ ସଂଘର ୨୦ ଜଣ ଶିକ୍ଷକଙ୍କ ସହ ଶତାଧିକ ଗ୍ରାମବାସୀ ସାମିଲ ହୋଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ରବିନ୍ଦ୍ର ନାଥ ବେହେରା, ଦିଲ୍ଲୀପ କୁମାର ନାୟକ, ସ୍ମୃତିରଂଜନ ଭୂଜୂବକ, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ ଚରଣ ସାହୁ, ଛାଟୋଇ ମୋତିଲାଲ ରାୟ, ଦୁର୍ଗା କେଶରୀ ପରିଡା, ମନୋରଞ୍ଜନ ଜେନା, ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ରତ୍ନାକର କୋଦମାସିଂଗ, ପୂର୍ଣ୍ଣଚନ୍ଦ୍ର ଶତୃଶଲ, ପ୍ରଭାକର ବାରିକ, ସଂଜୀବ ବଳିୟାରସିଂହ, ଶଶାଙ୍କ ଶେଖର ରାୟ, ବଡ଼ ଭାଇ ବାବୁରାମ ଦାସ, ଭଉଣୀ ଗୀତା ଦାସ, ବନ୍ଧୁ ପରିଜନ ସାମିଲ ହୋଇ ସ୍ୱର୍ଗତ ଦାସଙ୍କ ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ହୃଷିକେଶ ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

8 + 11 =

error: Content is protected !!