centurian jitm

ଲାୟନ୍ସ କ୍ଲବର ପୂର୍ବତନ ପିଏମସିସି ପିଡିଜି ସ୍ୱର୍ଗତ ସଞ୍ଜୟ ସାହୁଙ୍କ ସ୍ମୃତିରେ ଲାୟନ୍ସ କ୍ଲବ ତରଫରୁ ଖାଦ୍ୟ ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଜଣାଶୁଣା ପ୍ରତିଷ୍ଠିତ ବ୍ୟକ୍ତି ତଥା ଟିଟିଲାଗଡ଼ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ, ଡିଷ୍ଟ୍ରିକ୍ଟ ୩୨୨ସି ୨ର ପିଡିଜି, ପିଏମସିସି ସଦସ୍ୟ ରହିଥିବା ତଥା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ସଞ୍ଜୟ ସାହୁଙ୍କ ରାୟପୁର ସ୍ଥିତ ବାସ ଭବନରେ ଗତ ୨୬ ତାରିଖରେ ହୃଦଘାତରେ ପରଲୋକ ଗମନ ହୋଇଯାଇଥିଲା । ୨୭ ତାରିଖ ସକାଳୁ ତାଙ୍କର ଅନ୍ତୋଷ୍ଟି କାର୍ଯ୍ୟ ରାୟପୁର ଠାରେ ପରିବାର ବର୍ଗ ତଥା ନିଜ ସମ୍ପର୍କୀୟ ଲୋକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ମେ ମାସ ୭ ତାରିଖ ଅର୍ଥାତ ବୁଧୁବାର ଦିନ ହେଉଛି ସ୍ୱର୍ଗତ ସଞ୍ଜୟ ସାହୁଙ୍କ ଜନ୍ମ ତିଥି, ଏହି ପରିପ୍ରେକ୍ଷୀରେ ସ୍ଵର୍ଗତ ସଞ୍ଜୟ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଲାୟଂସ୍ କ୍ଲବ ତରଫରୁ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ମାଁ ଘଣ୍ଟାଶୁଣିଙ୍କ ମନ୍ଦିର ସମ୍ମୁଖରେ ଜଣସାଧାରଣଙ୍କୁ ସ୍ପେଶିଆଲ ଅର୍ଣ୍ଣଭୋଗ ,ଡାଲମା, ଟମାଟୋ ଖଟା, ବୁନ୍ଦି, ସେଓ, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଯେହେତୁ ଦୀର୍ଘ ୪୧ ବର୍ଷ ଧରି ସ୍ୱର୍ଗତ ସାହୁ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହ ସେବା କାର୍ଯ୍ୟ କରୁଥିଲେ ତାଙ୍କ ସ୍ମୃତିରେ ଏହି ସେବା ପ୍ରଦାନ କରାଯାଉଛି ବୋଲି ସଭାପତି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ବତନ ଡି ଜି ଯମୁନା ପ୍ରସାଦ ଗୋଏଲ, କ୍ଲବର ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ଶର୍ମା, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ଦୀପକ ପୃଷ୍ଟି, ସନ୍ତୋଷ ମହାନ୍ତି, ସମ୍ପାଦକ ଆବାସ ଖାଁ, ପ୍ରୋଜେକ୍ଟ ଚେୟାରମେନ୍ କ୍ଷୀର ସିନ୍ଧୁ ଦର୍ଜି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବ ସଦସ୍ୟ ନିରୋଜ ପଟ୍ଟନାୟକ, ପ୍ରଦୀପ ବାରିକ, ଅଜିତ ପାତ୍ର, ଶୈଳେଶ ଗୋଏଲ, ବିନୟ ଜୈନ, ସଞ୍ଜୟ ସୋନି, ଅସୀମ କୁଣ୍ଡୁ, ପାରସ ଅଗ୍ରୱାଲ, ଅଙ୍କିତ ଲାଠ, ସୁଜିତ ଚୌଧୁରୀ, ମହିଳା ସଦସ୍ୟ ଗୀତାଞ୍ଜଳି ମହାରଣା ପ୍ରମୁଖ ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ସେମିତି ବି ମେ ମାସ ପାଞ୍ଚ ତାରିଖରୁ ୧୧ ତାରିଖ ଯାଏଁ ସ୍ୱର୍ଗତ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଏହାକୁ ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ସର୍ଦ୍ଭିସ ସପ୍ତାହ ରୂପେ ପାଳନ କରାଯାଉଛି । ଯେଉଁଥିରେ ଏକ ସପ୍ତାହ ଧରି ଏହି ସେବା କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.