csstore

କେରମେଲି ହାଇସ୍କୁଲର ଉନ୍ନତି ପାଇଁ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟସରକାର ସ୍କୁଲ, କଲେଜର ଉନ୍ନତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଦେଉଥିବା କହିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ କଡ଼ରେ ଥିବା କେରମେଲି ସ୍କୁଲ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଉକ୍ତ ସ୍କୁଲରେ ବାଡ଼ ନଥିବା ଯୋଗୁଁ ଗାଈ ଗୋରୁ ସ୍କୁଲ ଭିତରକୁ ପସି ଯାଉଥିବା ସହ ପାଠ ପଢାରେ ଅନେକ ଅସୁବିଧା ହେଉଛି । ଏନେଇ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ ଖୁବ ଶୀଘ୍ର ସ୍କୁଲର ଉନ୍ନତି କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ପ୍ରେମାନନ୍ଦ ବାଗ, ସବିତା ଏକ୍କା, ମୋନାଲିସା ମହାପାତ୍ର, ରିନୁ ସାହୁ, ଗୀତାଞ୍ଜଳି ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ଓ ମନ୍ତ୍ରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jayashree
Leave A Reply

Your email address will not be published.