csstore

ନିଜ ଗ୍ରାମରେ ବୁଲି ଭାବ ବିହ୍ୱଳ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଣିହାଁ, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଏନ୍‌ଟିପିସି ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ପୈତୃକ ଗ୍ରାମ ନାଲମକୁ ଗସ୍ତ କରିଥିଲେ । ସେଠାରେ ପ୍ରଭୁ ନୃସିଂହ ଠାକୁରଙ୍କୁ ଦର୍ଶନ କରିବା ସହ ସପରିବାର ପୂଜା ଅର୍ଚ୍ଚନା କରିଥିଲେ । ପରେ ନିଜ ଗ୍ରାମକୁ ବୁଲି ଚାଲି ଚାଲି ନିଜ ଗ୍ରାମର ସମସ୍ତ ମନ୍ଦିର ଦର୍ଶନ କରିବା ସହ ଗ୍ରାମର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ଥିଲେ । ଦୀର୍ଘ ଦିନ ପରେ ନିଜସ୍ଵ ଗ୍ରାମକୁ ଆସି ଚାଲି ବୁଲିବା ସମୟରେ ଅନେକ ଶ୍ରୁତିକୁ ଉଦ୍‌ଜୀବୀତ କରି ଭାବ ବିହ୍ୱଳ ହୋଇଥିଲେ । ଗ୍ରାମରେ ଥିବା ବିଭିନ୍ନ ଦେବାଦେବୀ ଦର୍ଶନ କରିବା ସହ ଗୁରୁଜନ, ସଂପର୍କୀୟ ଓ ବନ୍ଧୁ ବାନ୍ଧବ ସହ ଦେଖା କରି ଆନନ୍ଦିତ ହୋଇଥିଲେ । ତାଙ୍କର ନିଜର ପ୍ରିୟ ନେତା ଗାଁର ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତି ନିକଟରେ ପାଇ ନାଲମ ଗ୍ରାମବାସୀମାନେ ବିପୁଳ ସମ୍ବର୍ଦ୍ଧନା ଦେବା ସହ ଭାବ ବିହ୍ୱଳ ହୋଇଥିଲେ । ସନ୍ଧ୍ୟାରେ ଏନ୍‌ଟିପିସି ଅତିଥି ଭବନରେ ପହଞ୍ଚି କ୍ଷତିଗ୍ରସ୍ତ ଜନସାଧାରଣଙ୍କର ଅଭିଯୋଗ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ଗଡନାୟକ, ରତନା କର ସାହୁ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ପ୍ରଭାରୀ ପର୍ଶୁରାମ ବାରିକ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ସୁଶାନ୍ତ ସାମଲ, ଜିଲ୍ଲା ସଂପାଦକ ପ୍ରଶାନ୍ତ ନନ୍ଦ, ଯଯାତୀ ପଟ୍ଟନାୟକ, ସୁମନ୍ତ ପ୍ରଧାନ, ଶ୍ରମିକ ନେତା ମନୋଜ ପ୍ରଧାନ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.