csstore

‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ଶ୍ରମିକ ଶକ୍ତି ସଂଘ ତରଫରୁ ଆୟୋଜିତ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି ଭାବରେ ଭାଲୁମୁଣ୍ଡା ସରପଂଚ ରଞ୍ଜିତା ମେହେର, ଉଦ୍ୟାନ ବିଭାଗର ସୁଶିଳ ମେହେର ଭାଲୁମୁଣ୍ଡା ଆର୍‌ଆଇ ଉପସ୍ଥିତ ରହି ପ୍ରଥମେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜଂଗଲ ବିଭାଗରୁ ଅଣାଯାଇଥିବା ବିଭିନ୍ନ ଗଛ ଯଥା ବେଳ, ଦେବଦାରୁ, ଜାମୁ, ଆମ୍ବ ଇତ୍ୟାଦି ରୋପଣ କରାଯାଇଥିଲା । ବର୍ତ୍ତମାନ ସମୟରେ ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନ, ତାପମାତ୍ରାର ଅହେତୁକ ବୃଦ୍ଧି, ବିଶୁଦ୍ଧ ବାୟୁ ନିମନ୍ତେ ଗଛ ଲଗାଇବାକୁ ମୁଖ୍ୟଅତିଥି ସମସ୍ତଙ୍କୁ ଅନୁରୋଧ କରିବା ସହିତ ସମସ୍ତେ ନିଜ ଘରରୁ ହିଁ ଉଦ୍ଭିଦ ଠାରୁ ଆରମ୍ଭ କରି ବିଭିନ୍ନ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରମିକ ଶକ୍ତି ସଂଘର ଏପିସି ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ସଂଯୋଜନା କରିଥିଲେ । ଭାଲୁମୁଣ୍ଡା ଜିପିଏଲ୍‌ଏଫ୍‌ର ସଦସ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଓଏଲ୍‌ଏମ୍ / ମିଶନ ଶକ୍ତିର ଏମ୍‌ବିକେ ଶ୍ରୀମତି ବବିତା ମେହେର, ସିଆର୍‌ପି ଗୀତାଞ୍ଜଳି ମେହେର, ପୂର୍ଣ୍ଣମୀ ରଣା, ରୋହିଣୀ କୈବର୍ତ୍ତ, ଶ୍ରମିକ ଶକ୍ତି ସଂଘ ଓ ମହିଳା ସାମୂକ୍ଷ ଫାର୍ମର୍ସ ପ୍ରଡୁସର କଂପାନୀ ଲିମିଟେଡର କର୍ମୀ ଯଥା ତପନ, ମଧ୍ୟଚନ୍ଦ୍ର, ପରେଶ, ମଦନ, ସତ୍ୟ, ସମୀର, ତପସ୍ୱୀନି, ସଂଗୀତା, ସୁରେଶ, ବିନୋଦ, ସହଯୋଗ କରିଥିଲେ । ପ୍ରକାଶ ଥାଉକି ଶ୍ରମିକ ଶକ୍ତି ସଂଘ ତରଫରୁ ଗଛ ଲଗାଇବା ସହିତ ଗଛର ସୁରକ୍ଷା ପାଇଁ ଓ ପରିବେଶ ସୁରକ୍ଷା ପାଇଁ ଦୀର୍ଘ ଦିନରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟ କରିଆସୁଛି ।

jayashree
Leave A Reply

Your email address will not be published.