pr

ସାଇବର କ୍ରାଇମକୁ ନେଇ ସଚେତନତା କାର୍ଯ୍ୟକ୍ରମ

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ପକ୍ଷରୁ ସ୍ଥାନୀୟ ହରିଭବନଠାରେ ସାଇବର ଅପରାଧକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି , ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସାଇବର ସେଲ୍‌ର ଇନ୍ସପେକ୍ଟର ଭାରତୀ ନାୟକ, ଏସ୍‌ଆଇ ଅଭିନାଶ ନାୟକ, ଫେଡରାଲ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଆୟୁଷ୍ୟ ଜୈନ, ବରିଷ୍ଠ ସିଏ ସୁଧୀର ଖଣ୍ଡେଲୱାଲ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପ୍ରଧାନ, ବିକାଶ ଶାଖା ଅଧ୍ୟକ୍ଷ ନିଖିଳ ଅଗ୍ରୱାଲ ଓ ସଚିବ ନବନୀତ ଅଗ୍ରୱାଲ ମଞ୍ଚାସୀନ ଥିଲେ । ସାଇବର ସେଲ୍ ଅଧିକାରୀ ଭାରତୀ ନାୟକ ସାଇବର ଅପରାଧ ମାଧ୍ୟମରେ କିପରି ଠକେଇ କରାଯାଏ, ବ୍ୟାଙ୍କ ତଥ୍ୟ କିପରି ଚୋରି ହୁଏ ଓ କେମିତି ହ୍ୱାଟ୍‌ସ୍‌ ଆପ୍‌, ଟେଲିଗ୍ରାମ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ଆପ୍‌ ଦ୍ୱାରା ଠକାଯିବା ସମ୍ଭବ, ସେ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ ।

nrusinghnath
Leave A Reply

Your email address will not be published.