କଥା କଟାକଟିରୁ ପତ୍ନୀକୁ କାତିରେ କାଟି ହତ୍ୟାକଲା ସ୍ୱାମୀ

କୋରାପୁଟ : ସାମାନ୍ୟ କଥା କଟାକଟିକୁ ନେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡାପଦର ଗାଁରେ ରବିବାର ରାତିରେ କାର୍ତ୍ତିକ ଟାକ୍ରି ତା ପତ୍ନୀ ପାର୍ବତୀ କମାର(୨୪)କୁ ଏକ କାତିରେ କାଟି ହତ୍ୟା କରିଛି । ତେବେ ‌ସ୍ୱାମୀ କା‌ର୍ତ୍ତିକ ମଦରେ ଚୁର୍‌ ହୋଇ ଘରକୁ ଆସିବା ପରେ ପତ୍ନୀ ସହ ଝଗଡ଼ା ଲାଗିଥିଲା ଏବଂ ଉତ୍‌କ୍ଷିପ୍ତ ‌ସ୍ୱାମୀ ପାଖରେ ପଡ଼ିଥିବା କାତିରେ ହାଣି ପକାଇଥିଲା ପ‌ତ୍ନୀ ପାର୍ବତୀକୁ । ଘଟଣା ସ୍ଥଳରେ ହିିଁ ପ‌ତ୍ନୀ ଟଳି ପଡ଼ିଥିବା ସୂଚନା ମିଳିଛି । ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦ‌ନ୍ତ ଆରମ୍ଭ କରି ଦେଇଥିବା କୁହାଯାଇଛି ।

Leave A Reply

Your email address will not be published.