ପୋଲିସ ବାରାକରେ ଅଗ୍ନିକାଣ୍ଡ : ୩ ଯବାନ ଗୁରୁତର

ଭଦ୍ରକ : ନିଆଁରେ ପୋଡ଼ି ୩ ଯବାନ୍‌ ଗୁରୁତର ହୋଇଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ପୋଲିସ ବାରାକରେ ଗତ ରାତିରେ ନିଆଁ ଲାଗିବାରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମଶାଧୂପରୁ ନିଆଁ ଲାଗିବା ପରେ ଏହି ଅଗ୍ନିକା‌ଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୂର୍ବରୁ ଜବତ ହୋଇଥିବା ବାରୁଦକୁ ଏହି ନିଆଁ ବ୍ୟାପି ଯାଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଗୁରୁତର ଯବାନଙ୍କୁ ଚିକି‌ତ୍ସା ପାଇଁ ଭଦ୍ରକ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ଆହତ ୩ ଜଣ ଯବାନ ହେଲେ ଗଣେଷ ନାୟକ, ସଂଗ୍ରାମ ଟୁଡୁ ଓ ମନୋରଂଜନ ଘଡେଇ । ଭଦ୍ରକ ପୋଲିସ ଘଟଣାର ତଦ‌ନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.