pakka

ରାଷ୍ଟ୍ରୀୟ ସେବା ଯୋଜନାର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.)ର ସଂଯୁକ୍ତ ଶାଖା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ତରଫରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱ ଏବଂ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏଥିରେ ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବରେ ମଞ୍ଚ ମଣ୍ଡନ କରିଥିଲେ ଦୈନିକ ଖବର କାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଶୁଭାରମ୍ଭ କରିବା ସହ ଅଭିଭାଷଣରେ ରାଷ୍ଟ୍ରୀୟ ତ୍ରିରଙ୍ଗା ପତାକାର ଅତୀତ ରୂପରେଖ ଓ ତା’ର ସୁରକ୍ଷା ନିମିତ୍ତ ବଳୀଦାନର ଇତିବୃତ୍ତ ସମ୍ପର୍କରେ ଚର୍ଚ୍ଚା କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ବେହେରା ‘ହର ଘର ତ୍ରିରଙ୍ଗା’ ଅଭିଯାନର ଉଦ୍ଦେଶ୍ୟ ଓ ସ୍ୱେଚ୍ଛାସେବୀମାନଙ୍କ କର୍ତ୍ତବ୍ୟ ବିଷୟରେ ଦୃଷ୍ଟି ଆକର୍ଷଣ କରାଇ ପ୍ରାକ୍ତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ଓ କର୍ତ୍ତବ୍ୟନିଷ୍ଠାକୁ କାହାଣୀ ମାଧ୍ୟମରେ ପୁନଃ ଆରୋପିତ କରାଇଥିଲେ । ମୁଖ୍ୟ ଅତିଥି ଡ. ବେହେରା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ‘ନବ ଜାତୀୟ ଚେତନାର ସାର୍ଥକ ସ୍ୱର’ ରୂପେ ଅଭିହିତ କରିଥିବା ବେଳେ ‘ମାଟି ପ୍ରୀତି’, ‘ମାନବ ପ୍ରୀତି’ ଏହାର ଆଧାରଶୀଳା ବୋଲି ମତବ୍ୟକ୍ତ କରିଥିଲେ । ସ୍ୱେଚ୍ଛାସେବୀମାନେ ଅଗଷ୍ଟ ୧୫ ଯାଏଁ ତ୍ରିରଙ୍ଗା ପତାକାକୁ ନିଜ ନିଜର ଘର ଉପରେ ଉଡାଇବା ସହ ସାଙ୍ଗ-ସାଥୀ, ପଡୋଶୀମାନଙ୍କୁ ମଧ୍ୟ ଉଡାଇବା ପାଇଁ ଉତ୍ସାହିତ କରନ୍ତୁ ବୋଲି +୨ କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.) ସଂଯୁକ୍ତ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବନ ବିହାରୀ କିଷାନ ପ୍ରେରିତ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ‘ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା’ ଗାନ କରିଥିଲେ ସ୍ୱେଚ୍ଛାସେବୀ ସୁଶ୍ରୀ ଲକ୍ଷ୍ମୀ ସାମନ୍ତ, ଅନୁଶ୍ରୀ ଦାଶ, ପୂଜାରାଣୀ ମହାପାତ୍ର, କବିତା ହରିପାଲ, ଭବାନୀ ସାହୁ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ +୩ ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.) ବାଳିକା ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା-ଅଧ୍ୟାପକମାନେ ଉପସ୍ଥିତ ରହି ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସୁଦୂରପ୍ରସାରୀ କରାଇବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ୱାଳ, ଅନ୍ନପୂର୍ଣ୍ଣା ବରାଳ, ଅନିତା ଜଗଦ୍ଦେବ, ଗୁଡି ସୁନା, ରୂପଶ୍ରୀ ଖୁଣ୍ଟିଆ, ନିଲମ ବେଗମ, ଅଙ୍କିତା ଶରଣ, ସଙ୍ଗୀତା ମହାନନ୍ଦ, ମଧୁସ୍ମିତା ଜେନା, ମନସ୍ପୀ ଜେନା, ଅର୍ଚ୍ଚନା ମହାପାତ୍ର, ସନ୍ଧ୍ୟା ସାଗର, ମଧୁସ୍ମିତା ନାୟକ, ସଙ୍ଘମିତ୍ରା ପାତ୍ର, ଅଜୟ ମିଞ୍ଜ, ରୋହିତ ରାଓ, ଧନରାମ ସିଂ, ନିରଞ୍ଜନ ଧରେଇ, ବିଶ୍ୱଜିତ ବାରିକ ପ୍ରମୁଖ ସ୍ୱେଚ୍ଛାସେବୀମାନେ ।

Leave A Reply

Your email address will not be published.

15 − 13 =