csstore

ସାଲେପାଲିରେ ଦେଓଗାଁ ବ୍ଳକ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ପଞ୍ଚାୟତରେ ଦେଓଗାଁ ବ୍ଲକ ବିଜୁ ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବ ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ପୂର୍ବ ଲୋକସଭା ସଭ୍ୟ କଳିକେଶ ନାରାୟଣ ସିଂଦେଓ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଅର୍କେଶ ନାରାୟଣ ସିଂଦେଓ ସହ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ଉମା ସିଂ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା, ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ମମତା କୁମୁରା, ଛାତ୍ର ସଭାପତି ଦିପକ ବେହେରା, ଜିଲ୍ଲାପରିଷଦ ସଭ୍ୟ ଗୁରୁଦେବ ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ପ୍ରାୟ ଶତାଧିକ ଗାଁରୁ ହଜାରେ ଅଧିକ କିର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରୀନା ମେହେର ରାଜ୍ୟ ସରକାରଙ୍କ ଯୋଜନାକୁ ତଳ ସ୍ତରକୁ ନେଇ ଲୋକଙ୍କୁ ଜଣାଇଲେ ଓ ଏକଜୁଟ ହୋଇ ନିର୍ବାଚନ ଲଢ଼ିଲେ ବିଜେଡି ଦଳର ବିଜୟ ନିଶ୍ଚିତ ବୋଲି ଦୃଢ଼ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ଭୋଇ, ଦୟାନିଧୀ ଖମାରୀ, ଗୋପାଳ ମିଶ୍ର, ରାଜପ୍ରତାପ ସିଂଦେଓ, ଜୟ ରଣା, ସନ୍ତୋଷ ପଧାନ, ଅଚ୍ୟୁତ ମିଶ୍ର, ମହେନ୍ଦ୍ର ମଲ୍ଲିକ, ବୁଡ଼କୁ ଭୋଇ, ରଜନୀ କାନ୍ତ ଦାଶ, ସୁନିଲ ମେହେର, ବିରେନ୍ଦ୍ର ଦଲାଇ, ଦିଲିପ ବାରିକ, ପବିତ୍ର ପଧାନ, ଅବନୀ ପଧାନ, ବସୁଦେବ ପଧାନ, ଶ୍ରୀବତ୍ସୀ ନାଗ, ଧୃବ ସାହୁ, ରୁପାଧର ପୁଟା, ମନୋଜ ପୁଟେଲ, ମଙ୍ଗଳୁ ବିଶି, କିଶୋର ନିଆଲ ପ୍ରମୁଖ ନିଜ ନିଜ ପଞ୍ଚାୟତର ନିର୍ବାଚନ ସମ୍ବନ୍ଧିୟ ମତ ପ୍ରକାଶ କରିଥିଲେ । ପରିଶେଷରେ ବ୍ଲକ ବିଜେଡ଼ି ଯୁବ ସଭାପତି ଶୈଲେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.