csstore

ବିଜେଡ଼ିରେ ଯୋଗ ଦେଲେ ବିଜେପିର ପୁରୁଣା କର୍ମୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟବ୍ୟାପୀ ବିଜୁଜନତା ଦଳ ପକ୍ଷରୁ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ ପୂର୍ବରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଆୟୋଜିତ ମିଶ୍ରଣ ପର୍ବରେ ବିଜେପିର ପୁରୁଣା ଜଣାଶୁଣା କର୍ମୀ ପୂର୍ଣ୍ଣଚନ୍ଦ୍ର ମେହେର, ଗୁଣନିଧି ପ୍ରଧାନ, ତ୍ରିଲୋଚନ ଶବର, ସଂଜୟ ସିଂ ବାବୁ, ଆକାଶ ବେହେରା, ବିକାଶ ବେହେରାଙ୍କ ନେତୃତ୍ୱରେ ପାଟଣାଗଡ଼ ଏନ୍ଏସିର ବିଭିନ୍ନ ୱାର୍ଡର ୩୬ ଜଣ ପୁରୁଣା କର୍ମୀ ସହ ଫୁଟ୍‌ବଲ୍‌ ଏସୋସିଏସନ୍‌ ଦଳର ୨୧ ଜଣ ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି ବୋଲି ବିଧାୟକ ଶ୍ରୀ ମେହେର ପ୍ରକାଶ କରିଛନ୍ତି । ନୂତନ ଭାବେ ଯୋଗଦେଇଥିବା ୫୭ ଜଣ କର୍ମୀମାନଙ୍କୁ ବିଧାୟକ ଶ୍ରୀ ମେହେର ଉତ୍ସାହିତ କରିଥିବା ବେଳେ ଦଳରେ ସାମିଲ ହୋଇଥିବା କର୍ମୀମାନେ ଦରଦାମ୍‌ ବୃଦ୍ଧିକୁ ନେଇ କରାଯାଇଥିବା ବିକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.