pakka

ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ଜିଲ୍ଲା ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ବଲାଙ୍ଗିର ହୋଟେଲ ସାଇ ପ୍ୟାଲେସରେ ଦୁଇ ଦିନିଆ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜେସିଆଇ ବଲାଙ୍ଗିର ନଗର ସଚିବ ଜେସି ଅଭିଲାଶ ଅଗ୍ରୱାଲ, ଉପରାଷ୍ଟ୍ରପତି ପ୍ରଶିକ୍ଷଣ ଜେସି ଅବିନାଶ ଅଗ୍ରୱାଲ, ନିର୍ଦ୍ଦେଶକ ପ୍ରଶିକ୍ଷଣ ଜେସି ତ୍ରିଷ୍ଣା ଭଟ୍ଟାଚାର୍ଯ୍ୟଙ୍କର ବିଶେଷ ସମର୍ଥନ ଥିଲା ।

jay balangir
Leave A Reply

Your email address will not be published.

twelve + 20 =