pakka

ଘୁନସର ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ସ୍ୱାମୀ ସ୍ତ୍ରୀ ଓ ପୁତ୍ର ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଲାଙ୍ଗିର ସ୍ଥାନାନ୍ତର

bbehera

ଖପ୍ରାଖୋଲ,(ଅଶୋକ ବାଗ) : ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ଠାରେ ଆଜି ଅପରାହ୍ନରେ ଗୋଟିଏ ବାଇକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ଘଟିଥିବାରୁ ବାଇକ ଚାଳକ ଗୁରୁତର ହେବା ସହିତ ସ୍ତ୍ରୀ ଓ ପୁତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖପ୍ରାଖୋଲ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟାଟା ଏସି ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ଟିକେଶ୍ୱର ପୁଟା(୪୫) ବାଇକ ନଂ ଓଡି ୨୬-୬୪୩୦ ଚଳାଇ ଯାଉଥୁବା ବେଳେ ତାଙ୍କ ପଛରେ ପତ୍ନୀ ଲିଲି ପୁଟା ଏବଂ ଆଠ ବର୍ଷର ପୁଅ ତେଜବନ୍ତ ବସିଥିଲେ । ତାଙ୍କ ଶଶୁର ଘର ବେଲପଡା ବ୍ଲକ ଡୁଙ୍ଗୁରିଗୁଡାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଖପ୍ରାଖୋଲ ତରଫରୁ ଅସୁଥୁବା ଟାଟା ଏସି ଗାଡି ନଂ ଓଡି-୧୭ୱାଇ- ୭୧୯୪ ଘୁନସର ରାସ୍ତା ବୁଲାଣି ପଟକୁ ସାମ୍ନାରୁ ଧକ୍କା ଦେଇଥିଲା । ଟିକେଶ୍ୱର ତାଙ୍କ ସ୍ତ୍ରୀ ଏବଂ ପୁତ୍ର ବାଇକରୁ ଖସି ପଡିଯାଇଥିବା ବେଳେ ଟାଟା ଏସି ଗାଡ଼ିଟା ଟିକେଶ୍ୱରଙ୍କ ଗୋଡ ଉପରେ ଚଢି ଯାଇଥିଲା । ଦୁର୍ଘଟଣାରେ ଟିକେଶ୍ୱରଙ୍କ ଡାହାଣ ଗୋଡ଼ ଜଙ୍ଘର ହାଡ ବାହାରି ଯାଇଥିବା ସହିତ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କ ପୁତ୍ରର ମଧ୍ୟ ଡାହାଣ ଗୋଡ ଭାଙ୍ଗି ଯିବା ସହିତ ତାଙ୍କ ପତ୍ନୀ ଙ୍କର ଆଖି, ଛାତି ଓ ପିଠିରେ ଗୁରୁତର ଆଘାତ ଲାଗିଛି । ଖପ୍ରାଖୋଲ ଡ୍ରାଇଭର ସଂଘର ସଦସ୍ୟ ଏବଂ ସ୍ଥାନୀୟ ଲୋକ ଏହି ପରିବାରକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଟିକେଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ଖପ୍ରାଖୋଲ ଡାକ୍ତରଖାନା ପକ୍ଷରୁ ଟିକେଶ୍ୱର ତାଙ୍କ ସ୍ତ୍ରୀ, ପୁତ୍ରକୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତ ଟିକେଶ୍ୱରଙ୍କ ସାନଭାଇ ଯୁଗେଶ୍ୱର ପୁଟା ଏନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଖପ୍ରାଖୋଲ ପୁଲିସ ଗାଡିକୁ ଜବତ କରିଥିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏନେଇ ଖପ୍ରାଖୋଲ ପୁଲିସ ପକ୍ଷରୁ କେସ ନଂ ୨୩୯/୨୨ ରେ ଏକ ମାମଲା ୠଜୁ କରାଯାଇଥିବା ଖପ୍ରାଖୋଲ ଏସଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

11 − eleven =