pakka

୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍‌ର ବନ୍ଧୁମିଳନ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ଶିକ୍ଷକ କୁଳମଣି ମହାନ୍ତି, ସୁବାସ ଚନ୍ଦ୍ର ନରେନ୍ଦ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ଶିକ୍ଷକମାନେ ଯୋଗ ଦେଇଥିଲେ । ପୂର୍ବତନ ଛାତ୍ରଙ୍କୁ ନେଇ ଗତ ୪ ବର୍ଷ ତଳେ ଫ୍ରେଣ୍ଡସ କ୍ଲବ ଗଠିତ ହୋଇଥିଲା । ଏହି କ୍ଲବର ସଭାପତି ଅଚ୍ୟୁତାନନ୍ଦ ସାହୁ, ସମ୍ପାଦକ ଦେବ ବ୍ରତ ରାଉତ, କୋଷାଧ୍ୟକ୍ଷ ଶିବ ସ୍ଵରୂପ ମଙ୍ଗରାଜ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ବିକାଶ ପାଇଁ ଆଲୁମିନା କମିଟିରେ ଯୋଗଦେବା, କୋଭିଡ କଟକଣା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ରକ୍ତଦାନ ଶିବିର କରିବା ଦିଗରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ତଥା କ୍ରୀଡା ଶିକ୍ଷକ ନଟବର ସେଠୀ, ଜଗଦୀଶ ପ୍ରଧାନ, ସନ୍ତୋଷ ପଲେଇ, କୈଳାଶ ପରିଡ଼ା, ବିଜୟ ପ୍ରଧାନ, ନରେନ୍ଦ୍ର ବେହେରା, ସରୋଜ ପୃଷ୍ଟି, ବିଜୟ ସାହୁ ଆଲୋକ ମଙ୍ଗରାଜ, ସୁବାଷ, ରମେଶ, ପ୍ରଭା, ପିଙ୍କୁ, ସୁକାନ୍ତ, ବିନୋଦିନୀ, ସ୍ଵାଗତିକା, ମଧୁସ୍ମିତା, ରଶ୍ମିତା, ଶୁଭଲକ୍ଷ୍ମୀ, ସୁଲୋଚନା, ହରପ୍ରିୟା, ମକରା, ମୁନା, ସନାତନ, ଅନୁପମ, ସ୍ନିଗ୍ଧା, ଜ୍ୟୋତ୍ସ୍ନା, ସୁଜାତା, ପ୍ରଭାତୀ ପ୍ରମୁଖ ସହିତ ସପରିବାର ଯୋଗଦେଇ ପାଠପଢା ବେଳର ପୁରୁଣା ସ୍ମୃତିକୁ ମନପକାଇ ଆଜିର ଏହି ବନ୍ଧୁମିଳନର ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

15 + five =