pakka

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ୍‌ କର୍ମଶାଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ମରୁଡିର ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ସମସ୍ତ ବିଭାଗ ଉତ୍ତମ ସମନ୍ଵୟ ରଖି ପ୍ର।କୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂ ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ସୋଏ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନ। ପାଇଁ ଜିଲ୍ଲା ସ୍ତରରେ ପ୍ରାକ୍‌ ପ୍ରସ୍ତୁତି ତଥା ବିପର୍ଯ୍ୟୟକାଳୀନ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ମରୁଡି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବରେ କ୍ଷୟକ୍ଷତି କମାଇ ପାରିବେ ଏବଂ ସଠିକ୍‌ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ଜଳ ସେଚନ ବିଭାଗ ଜିଲ୍ଲାର ସମ୍ଭାବ୍ୟ ମରୁଡି ମୁକାବିଲା ଉପରେ ତାଙ୍କ ବିଭାଗର ଭୂମିକା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଶ୍ରୀମତୀ ରୀନା କୁମାରୀ ନାଏକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବଲ ଟପ୍‌ କର୍ମଶାଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି ଟେବଲ ଟପ୍‌ କର୍ମଶାଳାରେ ଅଗ୍ନିଶମ, ପୋଲିସ ଓ ଓଡ୍ରାଫର କର୍ମଚାରୀମାନେ ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେହିପରି ଜିଲ୍ଲାରେ ସମସ୍ତ ୧୪ଟି ବ୍ଲକରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ବ୍ଲକ ସ୍ତରୀୟ ଟେବଲ ଟପ କର୍ମଶାଳା ଆୟୋଜିତ ହୋଇଛି । ଏହି ବ୍ଲକ ସ୍ତରୀୟ କର୍ମଶାଳାର ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଦାୟିତ୍ଵ ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.

sixteen + one =