jayashree

ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା

ବରଗଡ, (ମୁନ୍ନା ସାହୁ) : ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳାରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବିକାଶର ଧାରା ଓଡିଶା ସାରା କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳାରେ ମୁଖ୍ୟଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଜୈବିକ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ମଞ୍ଚାସୀନ ରହିଥିଲେ । ଅନେକ ଜୈବିକ ଚାଷୀଙ୍କୁ ମଞ୍ଚରେ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.