csstore

କୁଲତା ସମାଜର ଆଂଚଳିକ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ଘଷିଏନ୍‌ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାପାଠ କରି ଡାଙ୍ଗବାହାଲ ଆଂଚଳିକ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇ ହର୍ଡାଟାଲ ନେତୃତ୍ୱରେ କେନ୍ଦ୍ର ଜିଲ୍ଲା ଯୁବ କୁଲତା ସମାଜର ସଭାପତି ଉମେଶ ଚନ୍ଦ୍ର ଗଡତ୍ୟା, ଆଂଚଳିକ କେନ୍ଦ୍ର ଗଡଶଙ୍କର ଡୁଙ୍ଗୁରିପାଲି ସଭାପତି ସଂଜୟ ଗଡତ୍ୟାଙ୍କ ଉପସ୍ଥିତିରେ ଡାଙ୍ଗବାହାଲ ଆଂଚଳିକ କେନ୍ଦ୍ରର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ଆଂଚଳିକ ସଭାପତି ଭାବେ ଖୁଟୁଲା ବାରିକ, ଉପସଭାପତି ମିନିକେତନ ପଧାନ, ସମ୍ପାଦକ ଦେବରାଜ ସାହୁ, ସହ ସମ୍ପାଦକ ଦୀପକ ଭୋଇ, କୋଷାଧ୍ୟକ୍ଷ କୁଲମଣୀ ପଧାନ, ପୂଜକ ବଲ୍ଲଭ ପଧାନ, ବାର୍ତ୍ତାବହ ସୁପାଲ ବଢେଇ, ଯୁବ କୁଲତା ସଭାପତି ଶକ୍ତି ବିଶ୍ୱାଳଙ୍କୁ ଚୟନ କରାଯାଇଛି । କୁଲତା ସମାଜର ବିକାଶ ଧାରା କିପରି ଆହୁରି ଆଗକୁ ଅଗ୍ରଗତି ହେବ ତାହା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆସୁଥିବାରୁ ସମାଜ ପକ୍ଷରୁ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଉକ୍ତ ଡାଙ୍ଗବାହାଲ ଆଂଚଳିକ କେନ୍ଦ୍ରର କୁଲତା ସମାଜର ଅନେକ ଜାତିଭାଇ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.