
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ମାଘ ମାସ ଶୁକ୍ଳ ପଞ୍ଚମୀ ଦିନ ସରସ୍ଵତୀ ପୂଜାରେ ଶିଶୁ ଭାଇ ଭଉଣୀ, ଅଭିଭାବିକା ଓ ଗୁରୁଜୀ ଗୁରୁମା ଅନ୍ଧାରିବାଞ୍ଜି ସ୍ଥିତ ଶିବ ମନ୍ଦିରରେ ପୂଜାକରି ଘୋଷ ସହ ବିଦ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବିଦ୍ୟାଳୟରେ ସମସ୍ତ ଭାଇଭଉଣୀଙ୍କ ଗୋଡ଼ ଧୌତ କରି ପ୍ରଧାନ ଆଚାର୍ଯ୍ୟ ସ୍ୱାଗତ କରିଥିଲେ । ବିଦ୍ୟାଳୟରେ ସରସ୍ଵତୀ ପୂଜା କରାଯାଇଥିଲା । ଶିଶୁ ଭାଇଭଉଣୀଙ୍କ ପାଇଁ ମିଠା ଭାତର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା ଗାୟତ୍ରୀ ପଧାନ, ପ୍ରିୟଙ୍କା ମାଝୀ, ଗୁରୁମା ନିରୁପମା ରାୟ, ମମତା ବିଶି, ଚନ୍ଦନା ଦଣ୍ଡସେନା, କୌଶଲ୍ୟା ବଢ଼େଇ, ଲିଳିମା ସାହୁ, ନୀଳାବତୀ ଥପା, ସଉକି ନାଏକ, ସେଲୋନୀ କର୍ଣ୍ଣ, ମାନସୀ ମାଝୀ, ବେଦମତୀ ଦନ୍ତା, ଗୌତମ ଭୋଇ, କପିଲେଶ୍ୱର ପାଣ୍ଡେ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ପୁଟେଲ, ଅମିତ ରଣା, ବାଙ୍କା ମହାକୁର ସହଯୋଗ କରିଥିଲେ ।