୨୨ତମ କାର୍ଗିଲ ବିଜୟ ଦିବସକୁ ନେଇ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୬ରେ ପାଳନ ହେବ ୨୨ ତମ କାର୍ଗିଲ ବିଜୟ ଦିବସ । ଇତି ମଧ୍ୟରେ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୨୨ତମ କାର୍ଗିଲ ବିଜୟ ଦିବସର ପ୍ରସ୍ତୁତି ବୈଠକ ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହିଦମାନଙ୍କ ବିଧବା ପତ୍ନୀଙ୍କୁ ତଥା ସମାଜ ସେବାରେ ପାରଦର୍ଶିତା ଦେଖାଇଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି । ଉପସଭାପତି ସର୍ବେରାମ ପଟେଲ, କୋଷାଧ୍ୟକ୍ଷ ଘାସିରାମ ବେହେରା, ସଦସ୍ୟ କେଦାରନାଥ ନାମଦେବ, ଶଙ୍କର ଜୁଏଡ, ରାଜେନ୍ଦ୍ର ଶବର, ସୁନିଲ ମାଝୀ, ବିବେକ ଭୋଇ, କୃଷ୍ଣଚନ୍ଦ୍ର ପରମ୍‌ ଗୁରୁ, ଦେବୀ ପ୍ରସନ୍ନ ଶତପଥୀ, ଶମ୍ଭୁ ପ୍ରସାଦ ବିଶ୍ୱାଳ, ନୀଳାଞ୍ଚଳ ପଟେଲ, ସୁଶିଲ ପଟେଲ, ନୀଳମଣି ହାତୀ, ପ୍ରମୋଦ ବାବୁ, ନୀଳକଣ୍ଠ ପାଢୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ଶେଷରେ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସଦସ୍ୟ ମାନଙ୍କୁ କୋଭିଡ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ସହକାରେ କାର୍ଯ୍ୟକ୍ରମ କରିବାକୁ ମତ ପ୍ରକାଶ କରି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

five + five =