pr

ସାତ ମାସ ହେଲା ବିନା ଦରମାରେ ପଦ୍ମପୁର ଅନ୍ୱେଷା ଛାତ୍ରାବାସ କର୍ମଚାରୀ : ସାଂସଦଙ୍କୁ ଫେରାଦ୍

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଅନ୍ୱେଷା ଛାତ୍ରାବାସରେ କାର୍ଯ୍ୟରତ ୱାଡେନ୍, ମେଟ୍ରନ୍ ଓ ରୋଷେୟା ମାନେ ଗତ ସାତ ମାସ ହେଲା ବିନା ପାରିଶ୍ରମିକରେ କାର୍ଯ୍ୟ କରୁଥିବା ନେଇ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଫେରାଦ୍ ହୋଇଛନ୍ତି । ଛାତ୍ରାବାସରେ ଏମାନେ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ ମଧ୍ୟ ପାଉଣା ନମିଳିବାରୁ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ଲିଖିତ ଭାବେ ଜଣାଇଛନ୍ତି । ବକେୟା ପାଉଣା ପାଇଁ ୱାଡେନ୍, ମେଟ୍ରନ୍ ଓ ରୋଷେୟାମାନେ ସାଂସଦଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଛାତ୍ରାବାସ କର୍ମଚାରୀ ମାନେ ଦର୍ଶାଇଛନ୍ତି । ସେମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ପୁରୋହିତ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଦାବୀ ପତ୍ର ପ୍ରଦାନ ସମୟରେ ଚନ୍ଦ୍ରଲତା ଭୋଇ, ସବିତା ଭୋଇ, ରୀନା ସାହୁ, ପିଙ୍କି ବରିହା, ରାଜକୁମାରୀ ଲୁହାର, ଚମ୍ପାବତୀ ବିଶ୍ଵାଲ, ରୁକ୍ମଣୀ ଭୋଇ, ଯଜ୍ଞାସେନୀ ଛତ୍ରିଆ, ଟିନା ବିଶ୍ଵାଲ, ପ୍ରଭାସିନୀ ଲୁହାର, ଶୁଭକେଶୀ ବାଗ, ଯଶୋବନ୍ତୀ ପାତ୍ର, ବିନୋଦିନୀ କିସାନ, ରଙ୍ଗବତୀ ମେହେର, ପୁଷ୍ପଲତା ମେହେର, ସଂଯୁକ୍ତା କଲେତ, ଯଶୋଦା ସୁନା, ପୁଷ୍ପାଞ୍ଜଳି ବାଗ, ଜୟନ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.