
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା କମିଟି ଶୁକ୍ରବାର ସନ୍ଧ୍ୟାରେ ଗଠିତ ହୋଇଯାଇଛି । ନୂତନ କମିଟିର ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ଉପ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସଂପାଦକ ଧନଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ଭାବରେ ପଂଚାନନ ତାଣ୍ଡିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଟିଟିଲାଗଡ଼ ସଂକୁଳ ପ୍ରମୁଖ ଟିକେଲାଲ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଶିକ୍ଷା ବିକାଶ ସମିତି ଓଡିଶାର ସଂଭାଗ ସଂଯୋଜକ, ନିରୀକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ମହାନ୍ତି ଓ ମଧୁସୂଦନ ବାରିକ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।