jayashree

ଗୌରୀଶଙ୍କର ମନ୍ଦିରରେ ଧୁମ୍‌ଧାମ୍‌ରେ ପାଳନ କଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

କେସିଙ୍ଗା, (ପ୍ରୀତେଶ ପଟେଲ) : ଶ୍ରୀକୃଷ୍ଣଙ୍କର ୫୨୫୩ତମ ଜନ୍ମବାର୍ଷିକୀ କାଲି ରାତି କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସରରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କାଲି ସକାଳୁ ଶ୍ରୀକୃଷ୍ଣଙ୍କ ଭକ୍ତ ମାନଙ୍କର ଭିଡ଼ ମନ୍ଦିରରେ ଦେଖିବାକୁ ମିଳିଥିଲା । ସକାଳୁ ମନ୍ଦିରକୁ ଫୁଲତୋଡ଼ାରେ ସୁନ୍ଦର କରି ସଜବାଜ କରଯାଇଥିଲା । ସକାଳୁ ମନ୍ଦିରରେ ବିଧିବିଧାନରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରି ରାତ୍ରିରେ ଭଜନ କୀର୍ତ୍ତନ ସହ କୁନି କୁନି ଛୁଆଙ୍କର ଶ୍ରୀକୃଷ୍ଣ ବେଶଭୂଷାର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ରାତ୍ରି ଠିକ୍‌ ବାରଟା ସମୟରେ ସହ ସହ ଭକ୍ତଙ୍କ ଉପାସ୍ଥିତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ ହୋଇଥିଲା । କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସର ବେଶ ଭକ୍ତି ମୟୀ ହୋଇ ରାଧେ ରାଧେ ଧୋନିରେ ଗୁଂଜି ଉଠିଥିଲା ।

Leave A Reply

Your email address will not be published.