pakka

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

bbehera

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ । ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ ଭଟ୍ଟାଚାର୍ଯ୍ୟ କଥକ ନୃତ୍ୟ ଓ ଭୁବନେଶ୍ୱରର ସଦାଶିବ ପ୍ରଧାନ ଛଉ ନୃତ୍ୟ ପରିବେଷଣ କରିବେ । ଦ୍ୱିତୀୟ ଦିନରେ ଚେନ୍ନାଇର ଭରତାଞ୍ଜଳି ଅନୁଷ୍ଠାନର କଳାକାର ଅନିତା ଗୁହା ଭାରତନାଟ୍ୟମ ପରିବେଷଣ କରିବେ । ଏହାପରେ ଭୁବନେଶ୍ୱରର ଆର୍ଟ ଭିଜନରୁ ଇଲିଆନା ସୀତାରିଷ୍ଟ ଓଡିଶୀ ଓ ସୁଶାନ୍ତ ମହାତୋ ପୁରୁଲିଆ ଛଉ ପରିବେଷଣ କରିବେ । ତୃତୀୟ ସନ୍ଧ୍ୟା ଆରମ୍ଭ ହେବ ବେଙ୍ଗାଲୁରୁର ସମ୍ଭାବି ସ୍କୁଲ ଅଫ୍ ଡ୍ୟାନ୍ସର କଳାକାର ଜୟନ୍ତୀ କାଶୀ ନୃତ୍ୟ ପରିବେଷଣ କରିବେ । ପରେ ପରେ ଅନୁଗୁଳର ନୃତ୍ୟଶିଳ୍ପୀ ସ୍ୱପ୍ନାରାଣୀ ସିହ୍ନା ଓଡିଶୀ ନୃତ୍ୟ ଓ ନୂଆଦିଲ୍ଲୀର ଆଚାର୍ଯ୍ୟ ଛଉନୃତ୍ୟ ବିିଚିତ୍ରାର କଳାକାର ଶଶଧର ଆଚାର୍ଯ୍ୟ ଶଢେଇକଳା ଛଉ ପରିବେଷଣ କରିବେ । ଓଡିଶା ପର୍ଯ୍ୟଟନ ଓ ଓଡିଶା ଡ୍ୟାନ୍ସ ଏକାଡେମୀର ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ମହୋତ୍ସବର ସିଧାପ୍ରସାରଣ ଡିଡି ଭାରତୀରେ ଦର୍ଶକ ଦେଖିପାରିବେ । ଏଥି ସହ ଓଡିଶା ପର୍ଯ୍ୟଟନ ଓ ଓଡିଶା ଡ୍ୟାନ୍ସ ଏକାଡେମୀର ଫେସବୁକ, ୟୁଟ୍ୟୁବ୍‌, ଟ୍ୱିଟର ପେଜ ଜରିଆରେ ସିଧାପ୍ରସାରଣ ହେବ ।

Leave A Reply

Your email address will not be published.

twenty + six =