
କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ଗୋ-ସେବା ସଂଘ ଟ୍ରଷ୍ଟର ସଭାପତି ମନୋଜ ଚିରଗୁନଙ୍କ ନେତୃତ୍ୱରେ ଗୋପାଷ୍ଟମୀ ଉପଲକ୍ଷେ ଗୋପାଷ୍ଟମୀ କାମଧେନୁ ଯଜ୍ଞ ହେତୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରା କଣ୍ଟାବାଞ୍ଜି ଗାୟତ୍ରୀ ମନ୍ଦିରରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତା ଦେଇ ୪ ନମ୍ବର ରୋଡ ପୁରୁଣା ଗୁଜୁରାତି କାଠ ମିଲକୁ ପହଞ୍ଚି କଳସ ଯାତ୍ରା ସମ୍ପନ୍ନ ହୋଇଥିଲା । ଏହି କଳସ ଯାତ୍ରାରେ ଉପସ୍ଥିତ ଥିଲେ ଗୋ-ସେବା ସଂଘର ସମ୍ପାଦକ ରଘୁନାଥ ବନଛୋର ସଦସ୍ୟ ନନ୍ଦିନୀ ପାଣ୍ଡେ, ବିଜେପି ଯୁବା ମୋର୍ଚ୍ଚା ସଭାପତି ଧର୍ମାନନ୍ଦ ଯୁଏଡ, ଜଗନ୍ନାଥ ପାଣିଗ୍ରାହୀ, ଗୋପାଳ ଶର୍ମା, ଅନୁପ ଶର୍ମା, ମନୋଜ ଶର୍ମା, ନିହରରଞ୍ଜନ ଦାସ, ଅମୃତା ବନଛୋର, କାହ୍ନା ବାଗ, ଅନିତା ବାଗ, ମୁସ୍କାନ କୁମ୍ଭାର, ନେନା ଭରାସାଗର, ରିନୁ ଚିରଗୁନ, ବଲ୍ଵାନ, ଲକି ବେହେରା, କାହ୍ନା, ସଂଗ୍ରାମ ବାଗ, ହେମନ୍ତି, ଅଭିନାଶ, ରାଗେଶ୍ୱରୀ, ଅମ୍ବିକା, କମଳ, କଳିକେଶ ପୁଞ୍ଜି ଓ ସମସ୍ତ ଗୋ-ସେବା ସଂଘ ଟ୍ରଷ୍ଟର ସଦସ୍ୟ ଉପସ୍ଥିତ ଥିଲେ ।