pakka

ଧାରୋଲ ଗ୍ରାମରେ କବାଡି ଟୁର୍ଣ୍ଣାମେଣ୍ଟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମଠାରେ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଁର ଗୌନ୍ତିଆ ବାସୁଦେବ ବରିହା, ସମ୍ମାନୀତ ଅତିଥି ଭାବେ ଏ ଅଞ୍ଚଳର ସମାଜସେବୀ ତଥା ବିଶିଷ୍ଟ କଳାକାର ଲଲିତ ଜଗତ, ଶୁକ୍ଳ ରଣା, ଲବାନ ରଣା, ମନୋଜ ବାରିକ, ହାଡୁ ପ୍ରଧାନ ଓ ଲକ୍ଷ୍ମୀ ଧର ମେହେର ଫିତା କାଟି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଫାଇନାଲ ମ୍ୟାଚ୍‌ ଧାରୋଲ ଦଳ ଓ ବହଲଡ଼ିହି ଦଳ ମଧ୍ୟରେ ହୋଇଥିଲା । ଏଥିରେ ଧାରୋଲ ଦଳ ବିଜୟ ଲାଭ କରି ଚାମ୍ପିୟନ ହୋଇଥିଲେ । ଧାରୋଲ ଦଳ ପ୍ରଥମ ସ୍ଥାନ, ବହଲଡ଼ିହି ଦଳ ଦ୍ଵିତୀୟ ସ୍ଥାନ, ଭୂତମୁଣ୍ଡା ଦଳ ତୃତୀୟ ସ୍ଥାନ ଓ ମୁନିକେଲ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ସମସ୍ତ ଦଳକୁ ଅତିଥିମାନେ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ମ୍ୟାଚ୍‌ଗୁଡିକୁ ବୈବସ୍ଵତ ପ୍ରଧାନ, ଅଜିତ ପ୍ରଧାନ, ସରୋଜ ପ୍ରଧାନ ଓ ଅନିଲ ଦାସ ପରିଚାଳନା କରିଥିବା ବେଳେ ରୋହିତ ଖୁଣ୍ଟିଆ ଓ କୈଳାସ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ । ସହଯୋଗ କରିଥିଲେ କମିଟିର ଭୁବନ ଭୁଏ, ସୋମନାଥ ଧରୁଆ, ନିରଞ୍ଜନ ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର ରଣା, ବାବୁଲୁ ରଣା, ରାଧାକାନ୍ତ ରଣା, ରାଜେଶ ରଣା, ଅଭୟ ସରିଆଁ, ପିଙ୍କୁ ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

one + 1 =