pakka

ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର୍‌

bbehera

ରାଇରଙ୍ଗପୁର : ଜେଲ୍‌ରୁ କଏଦୀ ଫେରାର୍‌ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀ ଫେରାର । ଜେଲ ପରିସର ପାଚେରୀ ଡେଇଁ ପଳାଇଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ, ଛୋଟୁ ନାମକ ଜଣେ ଯୁବକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ । କିଛି ବର୍ଷ ଜେଲରେ ରହି ଜେଲ କର୍ତ୍ତୃପକ୍ଷଙ୍କ ବିଶ୍ୱାସ ଭାଜନ ହୋଇଥିଲେ । ଜେଲ ପରିସରରେ ପରିବା ଚାଷଠାରୁ ଗେଟ ସମ୍ମୁଖରେ ରହି ଜେଲର ସମସ୍ତ କାର୍ଯ୍ୟ ଦେଖାରଖା କରୁଥିଲେ । କହିବାକୁ ଗଲେ ଜେଲ କର୍ମଚାରୀ ପରି ରହି ଆସୁଥିଲେ । ତେବେ ଗତକାଲି ବିଶ୍ୱାସରେ ବିଷ ଦେଇ ଜେଲକୁ ଲାଗିଥିବା ବସ୍‌ ଷ୍ଟାଣ୍ଡ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି । ଜେଲ କର୍ତ୍ତୃପକ୍ଷ ଏବଂ ରାଇରଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

jay balangir
Leave A Reply

Your email address will not be published.

5 × two =

error: Content is protected !!